ଜାନୁୟାରୀ ୨ରୁ ବନ୍ଦ ଭିତରକନିକା

ପଟ୍ଟାମୁଣ୍ଡାଇ: ଚଳିତବର୍ଷ ଭିତରକନିକାରେ ଜାନୁୟାରୀ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି କୁମ୍ଭୀର ଗଣନା । ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଉଦ୍ୟାନ ବାହାରେ ଥିବା ନଦୀନାଳ ଗୁଡିକରେ ଥିବା କୁମ୍ଭୀରମାନଙ୍କ ଗଣନା କରାଯିବ । ଏଥିପାଇଁ ୧୦ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିତରକନିକା ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଜାନୁୟାରୀ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ । ଜାନୁଆରୀ ୨୦୨୧ ବା ଗତବର୍ଷ ଗଣନା ଅନୁସାରେ ଭିତରକନିକାରେ ୧୭୬୮ଟି ବଉଳା କୁମ୍ଭୀର ଅଛନ୍ତି । କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା କାର୍ୟ୍ୟ କରାଯିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଡା ଯଜ୍ଞଦତ୍ତ ପତି କ୍ଷ