ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କଲାଣି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ । କିଛି ଦିନ ତଳେ ଦୁଇ ଜଣ ବିଦେଶ ଫେରନ୍ତା ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ଏ ନେ ପ୍ରଶାସନ ଏବଂ ସରକାରଙ୍କର ବଢିଲାଣି ଚିନ୍ତା । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଲାଣି । ତେବେ ସୁରକ୍ଷା ଦୃଷ୍ଟି କୋଣରୁ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଏଥି ସହିତ ବିନା କାରଣରେ ଗହଳି ସ୍ଥାନକୁ ଯିବାପାଇଁ ମଧ୍ୟ ବାରଣ କରାଯାଇଛି ।