ଭୁବନେଶ୍ୱର: ଗରିବଙ୍କ ମୁହଁରେ ଫୁଟିବ ହସ । ବିଜୁ ପକ୍କା ଘର ପାଇଁ ଟଙ୍କା ମିଳିଥିଲା । ଏବେ ଏହାର ମରାମତି ପାଇଁ ବି ମିଳିବ ଟଙ୍କା । ପୁଣି ସରକାରଙ୍କ ତରଫରୁ ମିଳିବ ସହାୟତା । ରାଜ୍ୟ ସରକାର ଏବେ ଆବାସ ଯୋଜନା ଉପରେ ଏକ ବଡ ଘୋଷଣା କରିଛନ୍ତି । ବିଜୁ ପକ୍କା ଘର ପାଇଥିବା ଏବଂ ପିଏମ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ମରାମତି ଖର୍ଚ୍ଚ। ଏଥିରେ ୩୦ ଲକ୍ଷ ପରିବାର ଉପକୃତ ହେବେ। ଏଥିପାଇଁ ସରକାରଙ୍କ ତହବିଲରୁ ଖର୍ଚ୍ଚ ହେବ ୧୪୪୪ କୋଟି ଟଙ୍କା। ଆଜି କ୍ୟାବିନେଟ୍ ବୈଠକ ପରେ ଏହାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଘୋଷଣା ଅନୁଯାୟୀ, ବିଜୁ ପକ୍କା ଘର ପାଇଥିବା ହିତାଧିକାରୀମାନଙ୍କୁ ପୁଣି ଥରେ ଘର ମରାମତି କରିବା ପାଇଁ ଖର୍ଚ୍ଚ ବାବଦରେ ୩ ହଜାର ଟଙ୍କା ଦିଆଯିବ । ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ହିତାଧିକାରୀମାନଙ୍କୁ ଏହି ଟଙ୍କା ମିଳିବ । ଏଥିସହ କେନ୍ଦ୍ରୀୟ ଯୋଜନା ଅର୍ଥାତ ପିଏମ ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଘର ମରାମତି ପାଇଁ ୫ ହଜାର ଟଙ୍କା ସହାୟତା ରାଶି ମିଳିବ।