୫୦କୋଟି ଲୋକଙ୍କୁ ଅତି ଦାରିଦ୍ର୍ୟ କଲାଣି କରୋନା

ନୂଆଦିଲ୍ଲୀ: କଲବଲ କଲାଣି କରୋନା । ଆଣ୍ଠେଇ ପଡିଲେଣି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର । କୋଟି କୋଟି ଲୋକଙ୍କ ପ୍ରାଣ ନେଲାଣି ମହାମାରୀ ।ଗରିବ ହେଉଛନ୍ତି ଅତି ଗରିବ । ବିଶ୍ୱ ଗରିବୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିନ୍ତା । ଦୁଇ ବର୍ଷ ହେଲା ସାରା ବିଶ୍ୱ ମହାମାରୀ କରୋନା ମାଡରେ ଚେପା । ଭୁଶୁଡି ପଡିଛି ଅର୍ଥବ୍ୟବସ୍ଥା । ଲୋକଙ୍କ ଜୀବନ ଧାରଣ ଶୈଳୀରେ ପଡିଛି ଭଟ୍ଟା । ଅଣ୍ଟା ସଳଖି ପାରୁ ନାହାନ୍ତି ୫୦ କୋଟିରୁ ଊଦ୍ଧ୍ୱର୍ ଲୋକ । ଚିକିତ୍ସା ପାଇଁ ସର୍ବସ୍ୱାନ୍ତ ହେଉଛନ୍ତି ଲୋକେ । ମୌଳିକ ସ୍ୱାସ୍ଥ୍ୟ ସେବା ଉପରେ ମଧ୍ୟ ପ୍ରଭାବ ପକାଇଛି କରୋନା । ବିଶ୍ୱ ଦାରିଦ୍ର୍ୟ ବୃଦ୍ଧିକୁ ନେଇ ଚିନ୍ତାରେ ହୁ ।
୧୯୩୦ରେ ବିଶ୍ୱ ଆର୍ଥିକ ସଂକଟ ଦେଇ ଗତି କରିବା ପରେ କରୋନା ମାଡ ବିଶ୍ୱର ସର୍ବ ବୃହତ ଆର୍ଥିକ ସଂକଟ ସୃଷ୍ଟି କରିଛି । ନିକଟରେ ହୋଇଥିବା ଦୁଇଟି ସର୍ଭେର ରିପୋର୍ଟରୁ ଏହି ନିର୍ଯ।।ସରେ ପହଞ୍ଚିଛି ହୁ । ହୁ ଓ ବିଶ୍ୱ ବ୍ୟାଙ୍କ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି । ରିପୋର୍ଟରେ ଉଲ୍ଲେଖ ରହିଛି, ସମୂହ ସ୍ୱାସ୍ଥ୍ୟ କଭରେଜ ପାଇଁ ବିଶ୍ୱରେ ଦୁଇ ଦଶନ୍ଧି ହେଲା ଜାରି ରହିଥିବା ଉଦ୍ୟମରେ କୋଭିଡ ୧୯ ମହାମାରୀ ବାଧକ ସାଜିଛି । ମହାମାରୀ ପୂର୍ବରୁ ବିଶ୍ୱର ୫୦ କୋଟିରୁ ଅଧିକ ଅଧିକ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ଅର୍ଥ ଖର୍ଚ୍ଚ କରି ଦାରିଦ୍ର୍ର୍ୟ ସୀମା ରେଖା ତଳେ ଥିଲେ । ଏବେ ମହାମାରୀ ସେମାନଙ୍କ ସ୍ଥିତିକ ୁଆହୁରି ସଂଗୀନ କରି ଦେଇଛି । ଖାଲି ସେତିକି ନୁହେଁ ଏହି ତାଲିକାରେ ଆହୁରି ବୃଦ୍ଧି ପାଇଛି କୋଟିକୋଟି ଲୋକଙ୍କ ନାମ । ରିପୋର୍ଟରେ ଆହୁରି କହିଛନ୍ତି, ଦାରିଦ୍ର୍ୟ ବଢୁଛି ଓ ଆୟ ହ୍ରାସ ପାଉଛି । ସମସ୍ତ ଦେଶର ସରକାର ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଛନ୍ତି । ୧୯୩୦ ପରେ ପ୍ରଥମ ଥର ପାଇଁ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାଦେଇ ଗତି କରୁଛି । ତେଣୁ ନିଜର ସ୍ୱାସ୍ଥ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଲୋକମାନେ ସମସ୍ୟା ଭୋଗୁଛନ୍ତି ।
ରିପୋର୍ଟ ଅନୁଯାୟୀ, ୧୦୦ କୋଟି ଲୋକ ସେମାନଙ୍କ ଆୟର ୧୦ ପ୍ରତିଶତ ସ୍ୱାସ୍ଥ୍ୟ ସେବା ପାଇଁ ଖର୍ଚ୍ଚ କରୁଥିଲେ । କିନ୍ତୁ କରୋନା ପରେ ସ୍ୱାସ୍ଥ୍ୟାବସ୍ଥା ଭୁଶୁଡି ପଡିଛି । ସେହି ଅନୁପାତରେ ଗରିବ ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି । ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ହୁ’ର ମୁଖ୍ୟ ଡା ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଛନ୍ତି, ସବୁ ଦେଶର ସରକାର ତୁରନ୍ତ ପ୍ରତିଟି ଲୋକ ଯେମିତି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ, ତା’ର ବ୍ୟବସ୍ଥା କରନ୍ତୁ। କେହି ଯେମିତି ଆର୍ଥିକ ସମସ୍ୟା ଯୋଗୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ ହେବେ, ତା’କୁ ନିଶ୍ଚିତ କରାଯାଉ।