କାକଟପୁର ମଙ୍ଗଳା କଲେଜର ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ

(ଜୟନ୍ତ କୁମାର ସେଠୀ / ଗୋପ) : ପୁରୀ ଜିଲ୍ଲା କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ଅଶାନ୍ତ ପରିବେଶ । କେତେବେଳେ ମଦୁଆଙ୍କ ରାଜତ କେତେବେଳେ ଅଣଛାତ୍ର ନିଶା ସେବନ କରି ପ୍ରବେଶ କରି ବିଭିନ୍ନ ସମୟରେ ଛାତ୍ରୀ ମାନଙ୍କୁ ଅସଦାଚରଣ କରିବା, ଗଣ୍ଡଗୋଳ କରିବା ଦେଖିବାକୁ ମିଳୁଛି ।ଅଣଛାତ୍ରଙ୍କ ଦାଦାଗିରିରେ ଅଶାନ୍ତ ମଙ୍ଗଳା ମହାବିଦ୍ୟାଳୟ । ଏଠି କଲେଜ ଅଧକ୍ଷ ସବୁଦେଖି ଚୁପ ଥିବା ନେଇ ଉଠୁଛି ପ୍ରଶ୍ନ। ସୂଚନା ମୁତାବକ ଆଜି ଜଣେ ଅଣ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସିକ୍ୟୁରିଟ ବାରଣ କରିଥିଲେ । କିନ୍ତୁ ଅଣ ଛାତ୍ର ଜଣକ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ମଙ୍ଗଳା କଲେଜ ଛାତ୍ର ମଧ୍ୟ୍ୟରେ ପାଟିତୁଣ୍ଡ , ମାରପିଟି ଆରମ୍ଭ ହୋଇଥିଲା। ଯାହାଫଳରେ ଜଣକର ମୁଣ୍ଡ ଫାଟିଯାଇଛି । ଘଟଣା ସମ୍ପର୍କରେ ଖବର ପାଇ କାକଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।