ବିଜୟ ଉତ୍ସରେ ମିଠା ବାଣ୍ଟିଲେ କୃଷକ

ପାଟଣା: ନବନିର୍ମାଣ ହୋଇଥିବା କୃଷକ ସଂଗଠନ ପକ୍ଷରୁ ପାଳନ ହେଉଛି ବିଜୟ ଉତ୍ସବ । କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ ଏହି ବିଜୟ ଉତ୍ସବ ପାଳନ କରୁଛନ୍ତି କୃଷକ ସଂଗଠନ । ଏଥିସହ ଜନସାଧାରଣଙ୍କୁ ମିଠା ବାଣ୍ଟି ନିଜ ଖୁସି ବଖାଣିଛନ୍ତି । ଏହି ବିଜୟ ଉତ୍ସବରେ ପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରୁ କୃଷକ ସଂଗଠନର ଅନେକ କର୍ମୀ ଯୋଗ ଦେଇଥିଲେ ।
୧୫ ମାସ ହେଲା ବିବାଦ ଘେରରେ ରହିଥିବା ତିନୋଟି କୃଷି ଆଇନକୁ ନେଇ ବିରୋଧ କରି ଆସୁଥିଲେ କୃଷକ ସଂଗଠନ । ଦୀର୍ଘ ଦିନର ଅନ୍ଦୋଳନ ପରେ କୃଷି ଆଇନକୁ ପ୍ରତ୍ୟାହାର ସହିତ ଏମଏସପି ଗ୍ୟାରେଣ୍ଟି ପାଇଁ ପ୍ରତିଶୃତି ଲେଖିଥିଲେ । ଏହାପରେ ଦେଶବ୍ୟାପି ଚାଲିଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି ସଂଯୁକ୍ତ କିଶାନ ମୋର୍ଚ୍ଚା ।

Indian farmers' protests back in spotlight after deadly incident
ଏଭଳି ଏକ ବୃହତ ବିଜୟ ପରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ପାଟଣା ବ୍ଲକରେ ବିଜୟ ଉତ୍ସବ ପାଳନ କରିବା ସହ ମିଠା ବଣ୍ଟନ କରାଯାଇଛି । କାର୍ୟ୍ୟକ୍ରମରେ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଖଗେଶ୍ବର ମହାନ୍ତି, ବ୍ଲକ ସଂଯୋଜକ ରାଜବଲ୍ଲଭ ମିଶ୍ର, ବ୍ଲକ ସହ ସଂଯୋଜକ ଭାବଗ୍ରାହୀ ମହାନ୍ତ, ବ୍ଲକ ଉପଦେଷ୍ଟା ଗୌତମ ମହାନ୍ତ,ଜିତେନ୍ଦ୍ର କୁମାର ମିଶ୍ର, ଦୟାନିଧି ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ।