ବରଗଡ: ପ୍ରସିଦ୍ଧ ଧନୁଯାତ୍ରା ଆୟୋଜନକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ଚଳିତ ବର୍ଷ ଧନୁଯାତ୍ରା ହେବ କି ନାହିଁ ସେ ନେଇ ଉଠିଛି ପ୍ରଶ୍ନ । ଏ ନେଇ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କ କୋରୋନା ଗାଇଡଲାଇନ ଅନୁସାରେ ଏଥିରେ ଆଲୋଚନା କରାଯାଇଛି । ବରଗଡର ଧନୁଯାତ୍ରା ଏକ ବହୁଜନ ସମାଗମ କାର୍ଯ୍ୟ ହୋଇଥିବାରୁ ରାଜ୍ୟ ବ୍ୟତୀତ ବାହାରୁ ମଧ୍ୟ ଅଅନେକ ଲୋକ ଯୋଗ ଦେଇ ପାରନ୍ତି । ତେଣୁ ଏହାଦ୍ୱାରା କୋରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । କୋଭିଡ୍ ଭିତରେ ଜନ ସମାଗମ ହେବା କରୋନା ଗାଇଡ୍ଲାଇନ୍ ବିରୋଧୀ । ତେଣୁ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖିଯାଇଥିବା ଜଣାପଡ଼ିଛି । ଜାନୁଆରୀ ମାସରେ ଯଦି ସମ୍ଭବ ହେବ ତେବେ ନୂଆ ଗାଇଡଲାଇନ ଅନୁସାରେ ବୈଠକ ବସିବ । ଏହି ବୈଠକରେ ନିଷ୍ପତ୍ତି ନିଆଯିବ । କନ୍ତୁ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି ।