ଅଗସ୍ତିଙ୍କୁ ମିଳିଲା ତିନିଚକିଆ ସାଇକେଲ

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମର ଅଗସ୍ତି ବାଦୀଙ୍କୁ ମିଳିଛି ନୂଆ ସାଇକେଲ । ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଛି ଏକ ନୂତନ ତିନିଚକିଆ ସାଇକେଲ । ଅଗସ୍ତି ପୂର୍ବରୁ ପାଇଥିବା ତିନିଚକିଆ ସାଇକେଲ ଅକାମୀ ହୋଇ ପଡ଼ିଥିଲା । ତେଣୁ ନୂତନ ସାଇକେଲ ପାଇ ଅଗସ୍ତି ବାଦୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।