ଟାଟା ଏସିଇରୁ ଜବତ ହେଲା ୯୬ କେଜି ଗଞ୍ଜେଇ

ଗଞ୍ଜାମ(ରଜନୀ କାନ୍ତ ପାତ୍ର): ଟାଟା ଏସିଇରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ଘଟଣାରେ ଗାଡ଼ି ଡ୍ରାଇଭରକୁ ଗିରଫ କରିଛି ସ୍ଥାନୀୟ ପୋଲିସ । ଗଞ୍ଜାମ ଭଞ୍ଜନଗର ସୋରଡ଼ା ଥାନା ପୋଲିସ ଦ୍ୱାରା ୯୬ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।
ଖବର ଅନୁଯାୟୀ, ଜାତୀୟ ରାଜପଥ ୫୯ ପାଟପୋଲି ଛକ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜବତ ହୋଇଛି ଗଞ୍ଜେଇ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ଆସୁଥିବା ଏକ ଟାଟା ଏସିଇକୁ ଅଟକ ରଖି ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚ ସମୟରେ ଗାଡ଼ି ଭିତରୁ ୯୬ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଏଥିସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗାଡି ଡ୍ରାଇଭର ରମ୍ଭା ଥାନାର ସଞ୍ଜୟ ନାୟକକୁ ଗିରଫ କରିଛି ସୋରଡା ପୋଲିସ । ଜବତ ଗଞ୍ଜେଇ ବାଲିଗୁଡା ଠାରୁ ରମ୍ଭା ଯାଉଥିବା ଏସଡିପିଓ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ।