ସମ୍ବଲପୁର: ଘୋଷଣା ହୋଇଛି ୧୦ ବର୍ଷରୁ କମ ଭାରତୀୟ ଫୁଟବଲ ଟିମ । ଏହି ଦଳରେ ସ୍ଥାନ ପାଇଛନ୍ତି ସମ୍ବଲପୁର ଜିଲ୍ଲା ବୀରମିତ୍ରପୁରର ମଞ୍ଜୁ ଗଞ୍ଜୁ । ଜଣେ ଦକ୍ଷ ଗୋଲ କିପର ଭାବରେ ସେ ନିଜ ସ୍ଥାନ ଏହି ଦଳରେ ପକ୍କା କରିଛନ୍ତି । ମଞ୍ଜୁଙ୍କର ଏହି ବିରାଟ ସଫଳତା ପରେ କୋଚ ମମତା ସାମନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ଛୋଟିଆ ଗାଁରୁ ଏମିତି ଏକ ପ୍ରତିଭା ବୀରମିତ୍ରପୁର ପାଇଁ ଗୌରବର ବିଷୟ ପାଲଟିଛି । ଦଳରେ ସାମିଲ ହୋଇ ନିଜ ଗାଁ ଏବଂ ଜିଲ୍ଲା ସହ ଓଡିଶା ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି ମଞ୍ଜୁ ।