ଭୋପାଲ: ବିଷାକ୍ତ ଫଳ ଖାଇ ୪୯ ଜଣ ଛାତ୍ରଛାତ୍ରୀ ଗୁରୁତର । ଏପରି ଘଟଣା ମଧ୍ୟପ୍ରଦେଶର ସିୱନୀରେ ଏକ ସରକାରୀ ପ୍ରାଇମେରୀ ସ୍କୁଲ୍ରେ ଘଟିଛି । ଏନେଇ ଆଧିକାରୀକସ୍ତରରୁ ଶନିବାର ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀ ସ୍କୁଲ ଯାଇଥିବା ବେଳେ ସେଠାରେ ବିଷାକ୍ତ ଫଳ ଖାଇଦେଇଥିଲେ । ଫଳଖାଇବା ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ।
ସ୍କୁଲ ପାଖରେ ଜଡ଼ାଫଳର ଏକ ଗଛ ରହିଛି । ପିଲାମାନେ ଏହି ଗଛର ଫଳ ଖାଇଥିଲେ । ସ୍କୁଲ୍ରୁ ଘରକୁ ଫେରିବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲ।। । ଏହା ପରେ ପରିବାର ଲୋକେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଏନେଇ କହିଛନ୍ତି ଯେ, ବିଷାକ୍ତ ଫଳ ଖାଇବାରୁ ସେମାନଙ୍କର ପେଟ ଯନ୍ତ୍ରଣା ସହିତ ବାନ୍ତି ମଧ୍ୟ ହୋଇଥିଲା ।