ନୂଆଦିଲ୍ଲୀ: ସମ୍ଭାବ୍ୟ ବାତ୍ୟା ଜୱାଦର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ଭାବ୍ୟ ବାତ୍ୟା କେଉଁ କେଉଁ ରାଜ୍ୟ ଏହା ଦ୍ୱାରା ପ୍ରଭାବିତ ହେବ ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇଛନ୍ତି ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେହିପରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ନେଇ ଏନଡ଼ିଆରଏଫ ଡ଼ିଜିଙ୍କଠାରୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ କିଭଳି କ୍ଷତିର ପରିମାଣ କମ ହେବ , ବତ୍ୟା ପୂର୍ବରୁ ଓ ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରିତ ଢ଼ଙ୍ଗରେ କରି ହେବ ସେଥିପାଇଁ ପ୍ରସ୍ତୁୂତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି । ଆଗାମୀ ୧୨ ଘଣ୍ଟାରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରେ ଅବପାତ ରୂପ ନେବ । ୪ତାରିଖ ସକାଳୁ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରିବ । କିନ୍ତୁ କେଉଁଠି ସ୍ଥଳଭାଗ ଏଯାଏ ସ୍ପଷ୍ଟ ହୋଇନି ।