ବ୍ରହ୍ମପୁରରେ ଫୁଟିଲା ଗୁଳି

ବ୍ରହ୍ମପୁର: ବ୍ରହ୍ମପୁର ଜିଲ୍ଳାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଶଳିଆବନ୍ଧସାହି ନିକଟରେ ଯୁବକଙ୍କୁ ହୋଇଛି ଗୁଳିମାଡ । ବିଏମସି ପକ୍ଷରୁ ଶାଳିଆବନ୍ଧ ସାହିରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଏଭଳି ଏକ ଅଘଟଣ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଚିନ ଚୌଧୁରୀ ନାମକ ଜଣେ ଯୁବକଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ କରାଯାଇଛି । ଏହି ଆକ୍ରମଣରେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ସଚିନ । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ସଚିନଙ୍କ ପରିବାର ଲୋକେ ।