ବଦଳିଲା ଦଶମ ଶ୍ରେଣୀ ସମେଟିଭ ପରୀକ୍ଷାର ତାରିଖ

କଟକ: ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷାର ବଦଳିଛି ତାରିଖ । ଡିସେମ୍ବର ୨୭ରେ ହେବାକୁ ଥିବା ଏହି ପରୀକ୍ଷା ଏବେ ଜାନୁୟାରୀ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ।
ପରୀକ୍ଷା ପାଇଁ ଡାଟାବେସ ପ୍ରସ୍ତୁତ ହେଉଥିବା ନେଇ ସୂଚନା ଦେଇଛନ୍ତି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି । ଏଥିପାଇଁ ଫର୍ମଫିଲଅପ ମଧ୍ୟ ଶେଷ ହୋଇଛି । ମୋଟ ୫ ଲକ୍ଷ ୭୦ ହଜାର ପରୀକ୍ଷାର୍ଥୀ ସମେଟିଭ-୧ ପରୀକ୍ଷାରେ ବସିବେ । ସେହିପରି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ମଧ୍ୟ ସମୟସୀମା ବୃଦ୍ଧି ହୋଇଛି । ଯେଉଁ ଛାତ୍ରମାନେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଆଡମିସନ ନେଇପାରିବେ ନାହିଁ, ସେମାନେ ଡିସେମ୍ବର ୩ ରୁ ୭ ତାରିଖ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କାର୍ୟ୍ୟାଳୟରେ ଅଫଲାଇନ୍ ପଞ୍ଜୀକରଣ କରିପାରିବେ।