ଯାଜପୁର: ଯାଜପୁର ପାଣି କୋଇଲି ଥାନା ଅଞ୍ଚଳରେ ଥିବା କାନାଡା ବ୍ୟାଙ୍କରେ ଚୋରି । ପାଣି କୋଇଲି ଥାନା ଅନ୍ତର୍ଗତ ଜହ୍ନାରେ ଥିବା କାନାଡା ବ୍ୟାଙ୍କରେ ବିଳମ୍ବିତ ରାତିରେ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆଜି ସକାଳୁ ପିଳାମାନେ ସ୍କୁଲ ଆସି ଝରକା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ଏହାପରେ ଖବର ପାଇ ପାଣିକୋଇଲିଥ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯେଉଁ ଜାଗାରେ ଝରକା ଭଙ୍ଗା ଯାଇଥିଲା ସେ ଜାଗାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଛନ୍ତି ବ୍ୟାଙ୍କର କର୍ମଚାରୀ କ୍ଷ ବ୍ୟାଙ୍କରୁ କଣ ସବୁ ଚୋରି ହୋଇଛି ସେନେଇ କିଛି ସୂଚନା ମିଳିନାହିଁ ।