ନୂଆଦିଲ୍ଳୀ: ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ ଷ୍ଟାର ଖେଳାଳୀ ସେନ ୱାର୍ଣ୍ଣ ଆହତ । ପୁଅ ଜ୍ୟାକ୍ସନଙ୍କ ସହ ଯାଉଥିବା ବେଳେ ଏକ ବାଇକ ଦୁର୍ଘଟଣାରେ ଆହତ ହୋଇଛନ୍ତି ୱାର୍ଣ୍ଣ । ତେବେ ଆହତ ଏତେ ବଡ ଧରଣର ହୋଇ ନଥିଲେ ବି ଅନେକ ସ୍ଥାନରେ କ୍ଷତ ହୋଇଛି । ତାଙ୍କୁ ମେଡିକାଳରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ସେନ ୱାର୍ଣ୍ଣ ବାଇକରେ ପୁଅ ଜ୍ୟାକ୍ସନଙ୍କୁ ବସାଇ କେଉଁଆଡେ ଯାଉଥିଲେ । ତେବେ ହଠାତ ଚକା ସ୍ଲିପ କରିବାରୁ ରାସ୍ତା ଉପରେ ପାଖାପାଖି ୨୦ ମିଟର ଘୋଷାରି ହୋଇ ଯାଇଥିଲା । ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଓ୍ବାର୍ଣ୍ଣଙ୍କ ଶରୀରରେ ଗମ୍ଭୀର ଆଘାତ ଲାଗିନଥିବା ଜଣାପଡ଼ିଛି । କିନ୍ତୁ ଶରୀରରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ପୁଣି ଥରେ ଡାକ୍ତରଖାନା ନିଆଯାଇଛି ।