କାନପୁର: ଶେଷ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ । ରୋମାଞ୍ଚକର ସ୍ଥିତି ସତ୍ତେ୍ୱ ଡ୍ର ରହିଲା ମ୍ୟାଚ । ଜଡେଜା-ଅଶ୍ୱୀନଙ୍କ ଦମଦାର ବୋଲିଂ ବଳରେ ନ୍ୟୁଜିଲାଣ୍ଡ ଧରାଶାୟୀ ହୋଇଥିବା ବେଳେ ଶେଷରେ କମ ଆଲୋକ ତାଙ୍କୁ ସାହା ହୋଇଥିଲା ।

ବିଜୟର ଦ୍ୱାର ଶେରେ ପହଞ୍ଚି ସାରିଥିବା ଟିମ ଇଣ୍ଡିଆ ମ୍ୟାଚକୁ ନିଜ ନାମରେ କରି ପାରିନାହିଁ । ଆଜିର ପ୍ରଥମ ସେସନରେ ନ୍ୟୁଜିଲାଣ୍ଡ ନିଜ ଦବଦବା ମନାଇଥିବା ବେଳେ ପରବର୍ତ୍ତୀ ସେସନରେ ମେନ ଇନ ବ୍ଲୁ ଜବରଦସ୍ତ କମବ୍ୟାକ କରିଥିଲା । ଭାରତର ସ୍ପିନ ଆଟାକ ଆଗରେ ହାର ମାନିଥିଲେ କିୱି ଖେଳାଳୀ । ରବିଚନ୍ଦ୍ରନ ଅଶ୍ୱୀନ ୩ଯି ଅକ୍ତିଆର କରିଥିବା ବେଳେ ରବିନ୍ଦ୍ର ଜାଡେଜାଭ୍କ ହାତରେ ଲାଗିଛି ୪ଟି ସଫଳତା । ସେଥିମଧ୍ୟରେ ଅଧିନାୟକ କେନ ୱିଲିୟମସନ ଏବଂ ରସ ଟେଲରଙ୍କ ଭଳି ମୂଲ୍ୟବାନ ୱିକେଟ ସାମିଲ ରହିଛି ।


ତେବେ ସ୍ପିନ ଯୁଗଳକୁ ସାମନା କରି ନ ପାରି ବ୍ଲାକ କ୍ୟାପ୍ସ ଆତ୍ମସମର୍ପଣ କରିଥିଲା । କିନ୍ତୁ ଦଳର ଶେଷ ଯୋଡି ଭାବେ ଟିମ ସାଉଦି ଏବଂ ଅଜାଜ ପଟେଲ ଦଳକୁ ନିଶ୍ଚୟ ପରାଜୟ ମୁହଁରୁ ଫେରାଇ ଆଣିଛନ୍ତି । ଷ୍ଟମ୍ପ୍ସ ଅପସାରଣ ପୂର୍ବରୁ ଖରାପ ଲାଇଟ ଭାରତର ବିଜୟ ଆଶାରେ ମଧ୍ୟ ପାଣି ପକାଇ ଦେଇଛି । ମ୍ୟାଚରେ ଭାରତର ବିଜୟ ସୁନିଶ୍ଚିତ ଲାଗୁଥିଲା, କିନ୍ତୁ ଲୋ ଲାଇଟ ରୁଳ ଅନୁସାରେ ମ୍ୟାଚକୁ ଡ୍ର ବୋଲି ଘୋଷଣା କରାଯାଇଛି ।