ଭୁବନେଶ୍ୱର: ସମ୍ଭାବ୍ୟ ଲଘୁଚାପକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି ସୂତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ୩୦ ତାରିଖରୁ ହେବାକୁ ଥିବା ଏହି ଲଘୁଚାପ ନେଇ ସାମ୍ବାଦିକ ସମ୍ମିଳନୀରେ ବିଶେଷ ତଥ୍ୟ ଦେଇଛନ୍ତି SRC । ଏହି ଲଘୁଚାପ ସମୟରେ ୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡା, ମାଲକାନାଗିରି, କୋରାପୁଟ ଏବଂ ରାୟଗଡା ଜିଲ୍ଲାମାନଙ୍କୁ ସତର୍କ କରାଯାଇଛି ।
ଏଥିସହ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସମଚଦ୍ର ଭିତରକୁ ଯିବା ପାଇଁ ବାରଣ ବେଳେ ଭିତରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଡିସେମ୍ବର ୨ ତାରିଖ ମଧ୍ୟରେ ଫେରିଆସିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି SRC ପ୍ରଦୀପ ଜେନା । ସେହିପରି ବର୍ତ୍ତମାନ ଧାନ ଅମଳ ସମୟ ଚାଲିଥିବାବେଳେ ଲଘୁଚାପକୁ ନେଇ ଚାଷୀଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି । ଫସଲ କ୍ଷତି ହେବା ନେଇ ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି ।