ବିନିକାରେ ପହଞ୍ଚିଲା BSKY

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ତରଫରୁ ଅନୁଷ୍ଠିତ ହୋଇଯାଇଛି ବଣ୍ଟନ ମେଳା କାର୍ୟ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଲୋକମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏହି ଅବସରରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀଙ୍କ ସମେତ ବିଡ଼ିଓ ବ୍ୟାସଦେବ ବେହେରା ଏବଂ କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାକୁ ସଂଯୋଜନା କରିଥିଲେ ଶିକ୍ଷକ ହିମାଂଶୁ ଭୁଷଣ ପଣ୍ଡା ।