ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ସୁବର୍ଣ୍ଣପୁରରୁ ୮

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜଲ୍ଲା ପାଇଁ ଆସିଛି ଏକ ଗୌରବର ବିଷୟ । ମହାରାଷ୍ଟ୍ର ଅମରାବତୀରେ ଆୟୋଜିତ ହେଉଥିବା ସବଜୁନିଅର ଜାତୀୟ ତୀରନ୍ଦାଜ ଚମ୍ପିଆନସିପରେ ଜିଲ୍ଲାର ୮ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ସୁବର୍ଣ୍ଣପୁର ତୀରନ୍ଦାଜ ସଂଘ ସଂପାଦକ ପଙ୍କଜ ଖମରୀଙ୍କ ନେତୃତ୍ୱରେ ୪ ଜଣ ଛାତ୍ର ଓ ୪ ଜଣ ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ଆସନ୍ତା ୩୦ ତାରିଖରେ ଉଦଯାପିତ ହେବାର କାର୍ୟ୍ୟକ୍ରମ ରହିଛି । ପ୍ରଶିକ୍ଷାର୍ଥୀମାନେ ବୀରମହାରାଜପୁର ଗାୟତ୍ରୀ ଆବାସିକ ଶିକ୍ଷା ନିକେତନରେ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ତାଲିମ ଗ୍ରହଣ କରିଛନ୍ତି ।