ତାମିଲନାଡୁରେ ପ୍ରବଳ ବର୍ଷା, ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ
ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି
(ତାମିଲନାଡୁ) : ତାମିଲନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ତେବେ ଭାରତୀୟ ପାଣିପାଗ ବିଭାଗ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୂଚନା ଦିଆଯାଇଥିଲା । ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ୨୦ ଜିଲ୍ଲାରେ ସ୍କୁଲ ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଇଏମଡି କହିଛି ଯେ, ଗୁରୁବାର ଆଇଏମଡି ପକ୍ଷରୁ ଜାରି କରାଯାଇଥିବା ପୂର୍ବାନୁମାନରେ କୁହାଯାଇଛି, ଥୁଥୁକୁଡି, କୁଡାଲୋର, ବିଲୁପୁରମ୍, ଚେଙ୍ଗାଲପାଟ୍ଟୁ, ଚେନ୍ନାଇ, କାଞ୍ଚିପୁରମ୍, ତିରୁ
ଭଲ୍ଲୁର, ଥେନି, ମଦୁରାଇ, ପୁଡୁକୋଟ୍ଟାଇ ଓ ପୁଡଚେରୀର ଅଲଗା ଅଲଗା ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି।