ଦରବୃଦ୍ଧି ଆନ୍ଦୋଳନକୁ ଜୋରଦାର କଲା ବିଜେଡି

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳର ବିକ୍ଷୋଭ ପ୍ରଦର୍ଶନ । କେନ୍ଦ୍ର ସରକାରଙ୍କ ବିରୋଧରେ ହିଂଜିଳିକାଟୁରେ ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ପୌର ପରିଷଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି ।
ସେହିପରି ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ଓ ତେଜରାତି ସାମଗ୍ରୀର ଅହେତୁକ ଦରବୃଦ୍ଧି ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ କେନ୍ଦ୍ର ସରକାର ନେଉଥିବା ଶୁଳ୍କ କମାଇବା ସହିତ ଦର ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି କର୍ମୀ । ବିଜୁ ପଟ୍ଟନାୟକ ଛକରେ ଏକ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ଡାକ ବଙ୍ଗଳାରୁ ବାହାରି ବ୍ଳକ କାର୍ୟ୍ୟାଳୟ ଓ ପୌର ପରିଷଦ କାର୍ୟ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ହିଂଜିଳିର ସମସ୍ତ ବିଜେଡ଼ି କାର୍ୟ୍ୟକର୍ତା ଉପସ୍ଥିତ ଥିଲେ ।