୧୮ମାସର ବେତନ ପାଇନାହାନ୍ତି ବାଲେଶ୍ୱର ବିର୍ଲା ଟାୟର ଶ୍ରମିକ

ଭୁବନେଶ୍ୱର : ୧୮ ମାସର ଦରମା ପାଇନାହାନ୍ତି ବିର୍ଲା ଟାୟାର ବାଲେଶ୍ୱରର କାର୍ଯ୍ୟକରୁଥିବା ଶ୍ରମିକ ମାନେ । ଗତି ୧୮ ମାସ ଧରି ବିନା ଦରମାରେ କାମ କରୁଛନ୍ତି ବିର୍ଲାଟାୟରର ଶ୍ରମିକ ମାନେ । ବେତନ ପାଇନଥିବା ଶ୍ରମିକ ମାନଙ୍କ ପରିବାର ତିନିରୁ ଚାରି ହଜାର ହେବ । ବର୍ତ୍ତମାନ ସେମାନଙ୍କ ପରିବାରର ଭବିଷ୍ୟତ ଏବେ ଅନ୍ଧକାର ମଧ୍ୟରେ ଗତିକରୁଛି ।
ପୂର୍ବ ଭାରତର ବୃହତ୍ ଟାୟାର କମ୍ପାନି ବିର୍ଲା ଟାୟାରରେ ଦେଢ଼ବର୍ଷ ଧରି ସମସ୍ୟା ଲାଗି ରହିଛି। ଏପରିକି ୬ମାସ ହେବ କମ୍ପାନି ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। କମ୍ପାନିରେ ୫ ହଜାର କର୍ମଚାରୀ କାମ କରୁଥିବା ବେଳେ ଦେଢ଼ ବର୍ଷ ହେବ ଦରମା ପାଇ ନାହାନ୍ତି। କମ୍ପାନି କର୍ତୃପକ୍ଷ ନିଜ ଜିଦ୍ରେ ଅଟଳ ରହିବା କାରଣରୁ ଶ୍ରମିକ ଅଶାନ୍ତି ଲାଗି ରହିଛି। ଫଳରେ ସମସ୍ୟାର ସମାଧାନ ହୋଇପାରୁନାହିଁ। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ବିଶେଷ ତତ୍ପରତା ନ ଦେଖାଇବାରୁ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । କମ୍ପାନି ଭିତରେ ବିକ୍ରିଯୋଗ୍ୟ କୋଟି କୋଟି ଟଙ୍କାର ଅନେକ ଟାୟାର୍ ପଡ଼ି ରହିଛି ।