ସୁବର୍ଣ୍ଣପୁରରେ ନୂତନ ଆରଆଇ କାର୍ଯ୍ୟାଳୟ ଉଦଘାଟନ

ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ର ସମଲେଇଚୁଆଁ ରେ ଏକ ନୂତନ ଆରଆଇ କାର୍ଯ୍ୟାଳୟ ଏବଂ ପିଏସିଏସ ଗୋଦାମ ଗୃହ ଉଦଘାଟିତ ହୋଇଯାଇଛି । ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଉଦଘାଟନ କରିଛନ୍ତି । ଏଥିରେ ସାମ୍ବାନୀତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଉପଜିଲ୍ଲାପାଳ ନିହାର ରଞ୍ଜନ କୱର, ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷ ବେଲାର ସାହୁ,ରାମପୁର ଠାରେ ଥିବା ଶ୍ରୀରାମ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଓ ବିଜେଡି ଉପ ସଭାପତି ରମେଶ ପୂଜାରୀ, ସମଲେଇଚୁଆଁ ସରପଞ୍ଚ ନୋମିନି ବିଭୁଦତ୍ତ ରାଜହଂସ, ସମତି ନୋମିନି ସୋନୁ ପଧାନ ଏବଂ ପଂଚାୟତ ର ମହିଳା, ପୁରୁଷ, ଯୁବକ, ପ୍ରିଣ୍ଟ ମିଡ଼ିଆ ଓ ବିଜେଡି ର କର୍ମୀ ମାନେ, ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।