ଜଙ୍ଗଲରୁ ଉଦ୍ଧାର ହେଲା ଅପହୃତ ନବଜାତ ଶିଶୁ

ସୋନପୁର/ ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତ ଶିଶୁ କନ୍ୟା ଜଙ୍ଗଲରୁ ଉଦ୍ଧାର । ଜଙ୍ଗଲରୁ ଶିଶୁକନ୍ୟାକୁ ସମ୍ପୂଣ୍ଣଅକ୍ଷତ ଅବସ୍ଥାରେ ସୋନପୁର ପୋଲିସ ଉଦ୍ଧାର କରିଛି।
ଶନିବାର ସୋନପୁର ହସ୍ପିଟାଲରୁ ଜଣେ ମହିଳା ଟିକା ଦେବା ବାହାନା କରି ନବଜାତକ କନ୍ୟାକୁ ଚୋରି କରିନେଇଥିଲେ। ଶିଶୁଟି ନ ଫେରିବାରୁ ହତାଶ ବାପା ମାଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଖୋଳତାଡ ଆରମ୍ଭ କରିଥିଲା । ତେବେ ରବିବାର ଅର୍ଜୁନପୁର ଜଙ୍ଗଲରୁ ନବଜାତକକୁ ଉଦ୍ଧାର କରିଛି । ପୁଲିସ ତନାଘନା ପରେ ଅଭିଯୁକ୍ତ ଶିଶୁକୁ ଜଙ୍ଗଲରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଝିଅକୁ ଫେରି ପାଇ ମାଆ ବାପାଙ୍କ ଖୁସି କହିଲେ ନ ସରେ ।