ଲାଞ୍ଚ ନେବା ବେଳେ ଧରାପଡିଲା ଟାଇପିଷ୍ଟ

ଭୁବନେଶ୍ବର : ଇପିଏଫ୍ ଫାଇଲ୍ ସଂପର୍କିତ କାମ ପାଇଁ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ଭିଜିଲାନ୍ସ । ଅଭିଯୁକ୍ତ ଜଣକ ଓଡ଼ିଶା ଉଠା ଜଳସେଚନର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ୟ୍ୟଳୟରୁ ଅବସରପ୍ରାପ୍ତ ବିରଷ୍ଠ ଟାଇପିଷ୍ଟ ଅମୃତ ସାହୁ । ଅଭିଯୋଗକାରୀଙ୍କ କହିବା ଅନୁସାରେ ତାଙ୍କର ସ୍ବର୍ଗତ ବାପାଙ୍କ ଇପିଏଫ୍ ଫାଇଲ୍ ଆଗକୁ ବଢ଼ାଇବା ପାଇଁ ଅମୃତ ସାହୁ ୩୦୦୦ ଟଙ୍କା ମାଗିଥିଲେ ଏବଂ ଏହାକୁ ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଏ ସଂକ୍ରାନ୍ତରେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଶ୍ରୀ ସାହୁଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।