ସୋନପୁର(ଓମପ୍ରକାଶ ମିଶ୍ର): ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ଅବସରରେ ମଦ ମୁକ୍ତ ଯୁବ ବାହିନୀ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ପାଳନ କରିବା ପାଇଁ ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଆସନ୍ତା ୨୩ ତାରିଖ ଦିନ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଆଜିର ଏହି ବୈଠକରେ ରାଜ୍ୟ ସଂଯୋଜକ ରାଜେଶ ଦେଓ, ମନୀଷ ଅଗ୍ରୱାଲ, ସୋମନାଥ ସିଂ, ସୁଦାମ ଗାଇଗରିଆ, ଅନୀଲ ହାତୀ ଏବଂ ଆଶିଷ ମହାକୁର ପ୍ରମୁଖ ଯୋଗ ଦେଇଥିଲେ।