ଗଞ୍ଜାମ : ସେକେଣ୍ଡ ବେଷ୍ଟ୍ ପୋଲିସ ଷ୍ଟେସନର ମାନ୍ୟତା ପାଇଛି ଗଞ୍ଜାମ ଜିଲ୍ଲାର ଗଙ୍ଗାପୁର ପୋଲିସ ଷ୍ଟେସନ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ବେଷ୍ଟ ପୋଲିସ ଷ୍ଟେସନ ୨୦୨୧ ଭାବେ ଚୟନ କରାଯାଇଛି । ଗୃହ ମନ୍ତ୍ରୀ ଅମିତ ଶାହା ଗଙ୍ଗାପୁର ପୋଲିସ ଷ୍ଟେସନର ଆଇଆଇସିଙ୍କୁ ପୁରଷ୍କୃତ କରିଛନ୍ତି । ଶ୍ରେଷ୍ଠ ପୋଲିସ ଷ୍ଟେସନ ଭାବେ ଦେଶରେ ୧୦ଟି ପୋଲିସ ଷ୍ଟେସନକୁ ଚୟନ କରାଯାଇଥିଲା । ସର୍ଭେରେ ପୋଲିସର ଜନତାଙ୍କ ସହିତ ବ୍ୟବହାର, ସ୍ୱଚ୍ଛତା, ଅପରାଧ ନିୟନ୍ତ୍ରଣ , ଜନତାଙ୍କ ପାଖରୁ ମିଳିଥିବା ଫିଡ୍ ବେକ ଆଧାରରେ ଶ୍ରେଷ୍ଠ ପୋଲିସ ଷ୍ଟେସନ ଚୟନ କରାଯାଇଥିଲା ।