ବିଜେପିରେ ମିଶିଲେ ସଂଜୀବ ସାହୁ

ଭୁବନେଶ୍ୱର : ଆଜି ବିଜେପିରେ ସାମିଲ ହୋଇଛନ୍ତି ସଂଜୀବ ସାହୁ । କେଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ସଂଜୀବ ସାହୁ ବିଜେଡି ଛାଡିଥିଲେ । ଶତାଧିକ କର୍ମୀଙ୍କ ସହ ସଂଜୀବ ସାହୁ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଗତ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । ବୀରମହାରାଜପୁର ଓ ଆଠମଲ୍ଲିକରୁ ୪ ଥର ବିଧାୟକ ହୋଇଛନ୍ତି ।
ସଂଜୀବ ସାହୁ ବିଭିନ୍ନ ସମୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ, ପଞ୍ଚାୟତରାଜ, ପରିବହନ ଆଦି ବିଭାଗର ମନ୍ତ୍ରୀ ଭାବେ କାର୍ୟ୍ୟ କରିଛନ୍ତି। ଅନୁଗୁଳ ଜିଲ୍ଲାର ଜଣେ ପୁରୁଣା ବିଜେଡି ନେତା ଭାବେ ତାଙ୍କର ବେଶ୍ ଦବଦବା ରହିଥିଲା। ୨୦୦୩ ମସିହାରେ ବୀରମହାରାଜପୁର ଉପନିର୍ବାଚନରେ ସେ ବିଜେଡି ଟିକେଟରୁ ବିଜୟୀ ହୋଇଥିଲେ। ୨୦୦୪ ନିର୍ବାଚନରେ ମଧ୍ୟ ଏହି ଆସନରୁ ବିଜେଡି ଟିକେଟରେ ଜିତି ସେ ବିଧାନସଭାକୁ ଯାଇଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଜିତିଥିଲେ।