ବାଲିଆପାଳରେ ବନ୍ଦର ସର୍ଭେ ଟିମକୁ ଅଟକ ରଖିଲେ ଗ୍ରାମବାସୀ

ଜଳେଶ୍ୱର : ବନ୍ଦର ସର୍ଭେ ପାଇଁ ଆସିଥିବା ଟିମ୍ କୁ ଅଟକ ରଖିଲେ ଗ୍ରାମବାସୀ । ବାଲିଆପାଳରେ ପ୍ରସ୍ତାବିତ ଚଉମୁଖ ବନ୍ଦର ସର୍ଭେ ବେଳେ ଉତ୍ତେଜନା । କଙ୍କଡା ପାଳ ସର୍ଭେ ବେଳେ ୮ ଜଣିଆ ଟିମ୍ କୁ ୨ ଘଣ୍ଟା ଧରି ଅଟକ । ଘଟଣାସ୍ଥଳରେ ବାଲିଆପାଳ ଆଇଆଇସିଙ୍କ ସହିତ ୧ ପ୍ଲାଟୁନ ଫୋର୍ସ ଉପସ୍ଥିତ ।
ବାଲିଆପାଳରେ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ଓ ପେଟ୍ରୋକେମିକାଲ୍ସ ପ୍ରକଳ୍ପକୁ ସରାକର ସବୁଜ ସଂଙ୍କେତ ଦେଇଥିଲେ ମଧ୍ୟ ଅନେକ ଦିନ ଧରି ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଆସୁଛନ୍ତି । ଧାନ, ପାନ ମୀନ, ନଡିଆ, ଗୁଆ, କାଜୁରେ ସମୃଦ୍ଧ ବାଲିଆପାଳ । ବନ୍ଦର ହେଲେ ତାହା ସମ୍ପୁର୍ଣ୍ଣ ଭୁଶୁଡିଯିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ ଓ ସ୍ଥାନୀୟ ଅଞ୍ଚଳର ଲୋକେ ।