ଭୁବନେଶ୍ୱର : କୃଷି ଆଇନ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସରକାର । ଦେଶବାସୀକୁ ସମ୍ବୋଧନ କରିବା ଅବସରରେ ମୋଦୀ ଏହି ଘୋଷଣା କରିଛନ୍ତି । ଗତ ଏକ ବର୍ଷ ଧରି ଦିଲ୍ଲୀ ସୀମାରେ କୃଷକ କୃଷି ଆଇନ ବିରୋଧରେ ଆନ୍ଦୋଳନ କରିଆସୁଛନ୍ତି । ଚାଷୀଙ୍କୁ ଆଇନର ମହତ୍ତ୍ୱ ବିଷୟରେ ସରକାର ବୁଝାଇ ପାରି ନଥିବାରୁ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି ।
ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୁର୍ଣ୍ଣ ହେବ । କୃଷି ଆଇନ ବିଷୟରେ ବୁଝାଇବା ସତ୍ତେ୍ୱ କିଛି ଗୋଷ୍ଠି ଏହାକୁ ବିରୋଧ କରିଥିଲେ । ଯାହା ବି କରୁଛୁ ଦେଶର କଲ୍ୟାଣ ପାଇଁ କରୁଛି ବୋଲି ସେ କହିଛନ୍ତି। ଏଥିସହ ଚାଷୀଙ୍କ କଲ୍ୟାଣ କେନ୍ଦ୍ର ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ଚାଷୀଙ୍କ ସମସ୍ୟା, ଅସୁବିଧାକୁ ଅତି ନିକଟରୁ ଦେଖଛି, ତେଣୁ କୃଷି କଲ୍ୟାଣକୁ ଅଧତ୍କ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଛନ୍ତି। ଦେଶରେ ଶହେରୁ ୮୦ ଜଣ ହେଉଛନ୍ତି କ୍ଷୁଦ୍ରଚାଷୀ। ଯଦି ପୁରା ଦେଶରେ ଦେଖାଯାଏ, ତେବେ ୧୦ କୋଟିରୁ ଅଧତ୍କ ହେଉଛନ୍ତି କ୍ଷୁଦ୍ରଚାଷୀ।
କ୍ଷୁଦ୍ର ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ ଚାଲିଛି । କୃଷକଙ୍କୁ ୨୨ କୋଟି ସଏଲ ହେଲ୍ଥ୍ କାର୍ଡ ମିଳିଛି । ତେଣୁ ଚାଷୀଙ୍କ ସ୍ୱାର୍ଥକୁ ଦେଖି ପୁରୁଣା ନିୟମରେ ପରିବର୍ତ୍ତନ କରାଯାଇଛି ବୋଲି ମୋଦି କହିଛନ୍ତି। ସେହିପରି ଗଝଚକୁ ଆହୁରି ପ୍ରଭାବୀ ଓ ସ୍ୱଚ୍ଛ କରିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣ କରିଛନ୍ତି।