ଦୁଇଗୋଷ୍ଠୀକୁ ନେଇ ନାକେଦମ ପ୍ରଶାସନ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ହିଞ୍ଜିଳିକାଟୁ ପୌରାଞ୍ଚଳ ଅଙ୍କୋରଡ଼ା ଯାତ୍ରାକୁ ନେଇ ୨ଗୋଷ୍ଠି ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ ଗ୍ରାମରେ ଦେଖା ଦେଇଛି ଅଶାନ୍ତି ହିଞ୍ଜିଳିକାଟୁରେ ଚାଲିଥିବା ଅଙ୍କୋରଡ଼ା ଯାତ୍ରାରେ ଗତ ରାତିରେ ମା କାଳୁଆଙ୍କ ଗ୍ରାମ୍ୟ ପରିକ୍ରମା ପାଟୁଆର ସମୟରେ ଗୋଷ୍ଠୀ ସଂଘର୍ଷ ହୋଛି । ଜାତିଅଣା ଭେଦକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି ।
ମା କାଳୁଆଙ୍କ ଶେଷ ଦିବସରେ ଗ୍ରାମ ପରିକ୍ରମା କରିବାକୁ ଥିବା ବେଳେ ଧୋବା ସାହିରେ ନଗର ପରିକ୍ରମା ନ କରିବାକୁ ନେଇ ଆରମ୍ଭ ହୋଇଛି ଏହି ବିବାଦ । ଦୁଇ ଗୋଷ୍ଠି ମଧ୍ୟରେ ଦିନ ୧୧ ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବିବାଦ ଲାଗି ରହିଥିଲା । ଗ୍ରାମରେ ଅଶାନ୍ତ ପରିସ୍ଥିତିକୁ ନଜରରେ ରଖି ଘଟଣା ସ୍ଥଳରେ ହିଂଜିଳି ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି । ଏହି ସମୟରେ ୪ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ସହ ଆସିକା ଏସଡିପିଓ ପୁରୁଷୋତ୍ତମପୁର ଏସଡିପିଓ ଏବଂ ପାଟପୁର ଶେରଗଡ଼ ଆସିକା ହିଂଜିଳି ଆଇଆଇସି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ଗ୍ରାମରେ ସ୍ଥିରତା ଆଣିବାକୁ ଚେଷ୍ଟା କରୁଛି ।ଢ଼