ଭୁବନେଶ୍ୱର : ବିଜେଡ଼ି ସାମ୍ବାଦିକ ସମ୍ମିଳନୀ-ରନ୍ଧନ ଗ୍ୟାସ ଦର ବୃଦ୍ଧି କୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ୩ ବର୍ଷ ତଳେ ଗ୍ୟାସ ଦର ୫୪୯ ଟଙ୍କା ଥିଲା ଏବେ ୭୦ ପ୍ରତିଶତ ବଢି ୧୦୦୦ ରେ ପହଞ୍ଚିଛି। ରିଫିଲି ପାଇଁ ସମସ୍ୟା ହେଉଛି। କୌଣସି ସରକାର ସମୟରେ ୩ ବର୍ଷରେ ଏତେ ବଢ଼ିନଥିଲା ବୋଲି ବିଜେଡି ଅଭିଯୋଗ କରିଛି। ପେଟ୍ରୋଲିମ ମନ୍ତ୍ରୀ ୨.୯.୨୦୨୧ ରେ ସଂସଦରେ କହିଛନ୍ତି ତିନିବର୍ଷ ପୂର୍ବେ ୫୪୯ ଥିଲା। ତିନି ବର୍ଷରେ ୧୦୦୦ ଟଙ୍କାରେ ପହଂଚିବା ମା ଭଉଣୀଙ୍କ ପାଇଁ ଅବଦାନ।କେନ୍ଦ୍ର ସରକାରଙ୍କ ଉଜ୍ବଲା ଯୋଜନା ବିଫଳ ହୋଇଛି। ପୂର୍ବରୁ ଦର କମାଇବା ନେଇ ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ଦିଆଯାଇଥିଲେ ବି କିନ୍ତୁ କେନ୍ଦ୍ର ସରକାର ଶୁଣିଲେନି। ଆଗାମୀ ଦିନରେ । ବିଜୁ ମହିଳା ଦଳ,ଛାତ୍ର ଜନତା ଦଳ ଓ ଯୁବ ଜନତା ଦଳ ମିଳିତ ଭାବେ ପ୍ରତିବାଦ କରିବ। ୨୨ ତାରିଖରେ କଟକ ଆରଡିସି ଯୋନ ସହ ଯୋନ ଅଧୀନରେ ଯାଉଥିବା ସମସ୍ତ ବ୍ଲକରେ ପ୍ରତିବାଦ କରାଯିବ। ଏହା ସହ ଭୁବନେଶ୍ୱରର ୩ ଟି ନିର୍ବାଚନ ମଣ୍ଡଳୀର ବି ପ୍ରତିବାଦ କରାଯିବ। ୨୩ ତାରିଖରେ ସମ୍ବଲପୁର ଆରଡିସି ଯୋନ ଓ ଯୋନ ଅଧିନସ୍ତ ସମସ୍ତ ବ୍ଲକ ,୨୪ ବ୍ରହ୍ମପୁର ଆରଡିସି ଯୋନ ସହ ଯୋନ ଅଧିନସ୍ତ ସମସ୍ତ ବ୍ଲକ ରେ ପ୍ରତିବାଦ କରିବ ବିଜେଡିର ସମସ୍ତ ଛାମୁଆ ସଂଗଠନ।ବିଜେଡି ଯୁବ ସଭାପତି ବ୍ୟୋମକେଶ ରାୟ କହିଛନ୍ତି ଉଜ୍ବଲା ଯୋଜନା ଡ୍ରମା ପରିଣତ ହୋଇଛି। ଓଡ଼ିଶାରେ ଉଜ୍ବଲା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଜାତୀୟ ଫାମିଲି ହେଲଥ ସର୍ଭେ ଅନୁସାରେ ଦେଶରେ ବହୁତ କମ ରହିଛି ଗ୍ୟାସ ବ୍ୟବହାର। ଉଜ୍ବଲା ଯୋଜନା ପ୍ରବର୍ତ୍ତିନ ପୂର୍ବରୁ ଯେତିକି ବ୍ୟବହାର ହେଉଥିଲା ଯୋଜନା ପରେ ମାତ୍ର ୨୦ ପ୍ରତିଶତ ବୃଦ୍ଧି ପାଇଛି। ଉଜ୍ବଲା ଯୋଜନାରେ ଯେତିକି ରି ଫିଲିଙ୍ଗ ହେବା କଥା ହେଉନଥିବାରୁ ସିଏଜି କ୍ଷୋଭ ପ୍ରକାଶ କରିଛନ୍ତି।ଯୋଜନା ବିଫଳ ହୋଇଛି। ଗରିବ ଲୋକ ଗ୍ୟାସ ରିଫିଲି ନ କରି ଚୁଲି ରେ ରୋଷେଇ କରିବାକୁ ବାଧ୍ୟ ହୋଇଛନ୍ତି। କେନ୍ଦ୍ର ସରକାର ଉତର ପ୍ରଦେଶ ନିର୍ବାଚନ କୁ ଆଖିରେ ରଖି ଉଜ୍ବଲା ୨ ପ୍ରବର୍ତ୍ତିତ କରିଛି। ଏହା ଦୁର୍ଭାଗ୍ୟ ଜନକ।