ଶ୍ରୀନଗର : ସିକ୍ୟୁରିଟି ଫୋର୍ସଙ୍କ ଦ୍ୱାରା ଆଣ୍ଟି ଅପେରେସନ ବେଳେ ଦୁଇ ଜଣ ବ୍ୟବସାୟୀଙ୍କ ସହ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ସିକ୍ୟୁରିଟି ଫୋର୍ସଙ୍କ କହିବା ଅନୁଯାୟୀ ଆଣ୍ଟି ଅପେରେସନ ବେଳେ ନିହତ ହୋଇଥିବା ଦୁଇ ବ୍ୟବସାୟୀ ହେଉଛନ୍ତି ଆତଙ୍କବାଦୀ ସମର୍ଥକ ।
ନିହତ ହୋଇଥିବା ଦୁଇ ବ୍ୟବସାୟୀଙ୍କ ନାମ ମୁଦାଶିର ଗୁଲ ଏବଂ ଅତଲଫ ଭଟ୍ଟ । ମୁଦାଶିର ଗୁଲଙ୍କର କମ୍ପୁଟର ସେଣ୍ଟର ଥିବା ବେଳେ ଅତଲଫ ଭଟ୍ଟଙ୍କର ଏକ ସିମେଣ୍ଟ ଓ ହାଡଓ୍ବାର ଦୋକାନ ଅଛି ।
ଦୁଇ ବ୍ୟବସାୟୀଙ୍କ ହତ୍ୟାକୁ ନେଇ ଜାମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍ତି ଯାଞ୍ଚ ପାଇଁ ଦାବୀ କରିଛନ୍ତି । ଜାମ୍ମୁ କଶ୍ମୀରରେ ଦିନକୁ ଦିନ ନୀରିହ ଜନସାଧାରଣ କ୍ରସ ଫାଇରିଙ୍ଗ ଦ୍ୱାରା ଜୀବନ ଯାଉଥିବା ନେଇ ଟୁଇଟ କରି ଜଣାଇଛନ୍ତି ।