ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲାରେ ସିବିଆଇ ଯାଞ୍ଚ

ଭୁବନେଶ୍ୱର : ଅନଲାଇନରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲା ଆରମ୍ଭ ହେଲା ଯାଞ୍ଚ । ଦେଶବ୍ୟାପି ୧୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ ଜାରିରହିଛି । ଭାରତରେ ଏପର୍ଯ୍ୟନ୍ତ ୭୬ଟି ସ୍ଥାନରେ ଯାଞ୍ଚ ଆରମ୍ଭ କରିଛି ସିବାଆଇ । କେବଳ ୧୪ ନଭେମ୍ବର ରେ ୨୩ ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଯେଉଁଥିରେ ୮୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏହି ଯାଞ୍ଚ କରୁଛି ସିବିଆଇ ।
୨୦୧୯ ରେ ସିବିଆଇ ଦ୍ୱାରା ଅନଲାଇନ ଚାଇଲ୍ଡ ଏବ୍ୟୁସ ଏବଂ ଏକ୍ସପ୍ଲୋଇଟେସନ ୟୁନିଟ (ଓସିଏସଏଇ) ଗଠନ କରାଯାଇଥିଲା ଯାହାର ଲକ୍ଷ୍ୟ ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ସୂଚନା ପ୍ରକାଶନ, ପ୍ରସାରଣ ଏବଂ ପ୍ରସାର କୁ ରୋକିବା ପାଇଁ ଏହି ୟୁନିଟ୍ ଗଠନ କରାଯାଇଥିଲା ।
ଏବଂ ଏହାର ସାହାଯ୍ୟରେ ସିବିଆଇ ୨୦୨୦ରେ ଉତ୍ତରପ୍ରଦେଶର ସରକାରୀ ଇଞ୍ଜିନିୟରଙ୍କୁ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ କରାଯାଇଥିଲା । ୧୦ ବର୍ଷରୁ ଅଧିକ ସମୟ ଏହି ସରକାରୀ ଇଞ୍ଜିନିୟର ୫୦ ଜଣ ଶିଶୁଙ୍କ ସହିତ  ଯୌନ ଶୋଷଣ କରିଥିଲା । ଅଭିଯୁକ୍ତ ଜଣକ ଅନଲାଇନରେ ଶିଶୁଙ୍କର ନ୍ୟୁଡ ଫୋଟୋ ଓ ଭିଡିଓକୁ ବିକ୍ରିକରୁଥିଲା ।
କୋଭିଡ ସମୟରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ବୃଦ୍ଧି ପାଇଥିଲା । ଯାହା ଭାରତରେ ୯୫ ପ୍ରତିଶତ ବଢିଥିଲା । ଶିଶୁଙ୍କ ମାନସିକ , ସ୍ୱାସ୍ଥ୍ୟ ପ୍ରତି ନକାରାତ୍ମକ ପ୍ରଭାବ ପକାଇଥିଲା । ଡିଜିଟାଲ ଓ ଅନଲାଇନ ମାଧ୍ୟମରେ ଶିଶୁ ମାନଙ୍କର ଆପତ୍ତିଜନକ ଫଟୋ ମାଧ୍ୟମରେ ସେମାନଙ୍କୁ ବ୍ଲାକମେଲ କରିବା ସହିତ ସେମ।ନଙ୍କ ପାଖରୁ ଅର୍ଥ ଆଦାୟ କରିବା ଭଳି ମାମଲା ଅନେକ ସମୟରେ ଦେଖିବାକୁ ମିଳିଥାଲା ।