ହିଞ୍ଜିଳି(ରଜନୀକାନ୍ତ ପାତ୍ର): ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଘଟଣା । ମାମଲାରେ ୬ ଜଣଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର ଜବତ କରିଛି ପୋଲିସ । ଏ ନେଇ ବ୍ରହ୍ମପୁର ଏସପି ପିନାକୀ ମିଶ୍ର ସୂଚନା ଦେଇଛନ୍ତି ।
ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ପାଣି ଫ୍ୟାକ୍ଟ୍ରି ନିକଟରେ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା କରାଯାଇଥିଲା । ଗତ ୫ ତାରିଖରେ ଦୁର୍ବୃତ୍ତମାନେ ଅତି ନିର୍ମମଭାବେ ପ୍ରଦୀପଙ୍କୁ ମଝି ରାସ୍ତାରେ ହତ୍ୟା କରିଥିଲେ । ଏହାପରେ ପୋଲିସ ଘଟଣା ତଦନ୍ତ କରି ଏବେ ୬ ଜଣଙ୍କୁ ଗିରଫ କରିଛି । ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏଥିସହ ଘଟଣାରେ ୩ଟି ଖଣ୍ଡା, ବାଇକ ଏବଂ୬ଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ବଡବଜାର ପୋଲିସ ଏବଂ ଦିଗପହଣ୍ଡି ପୋଲିସର ମିଳିତ ପ୍ରୟାସରେ ସମସ୍ତଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ତେଣୁ ସେମାନଙ୍କୁ ସପ୍ତାହେ ରିମାଣ୍ଡରେ ଆଣି ଘଟଣାର ଅଧିକ ତଦନ୍ତ କରିବା ପାଇଁ ଆବେଦନ କରିଛି ପୋଲିସ ।