ଦିୱାଲୀ ପରଠାରୁ ରାଜଧାନୀରେ କରୋନା ସଂକ୍ରମଣରେ ବୃଦ୍ଧି
ଦିୱାଲୀ ପରଠାରୁ ରାଜଧାନୀ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଛି ।
(ଦିଲ୍ଲୀ) : ଦିୱାଲୀ ପରଠାରୁ ରାଜଧାନୀ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଛି । ପର୍ବ ପୂର୍ବରୁ ମଧ୍ୟ ଲୋକଙ୍କୁ ଆବଶ୍ୟକ ନିୟମ ପାଳନ କରିବାକୁ ଚେତାବନୀ ଦିଆଯାଇଥିଲା, କିନ୍ତୁ ଏହା ସତ୍ତ୍ବେ ତିନି ସପ୍ତାହ ବ୍ୟବଧାନ ପରେ କୋଭିଡ -୧୯ ରେ ୨ ରୋଗୀଙ୍କ ମୃତ୍ୟୁ ଘଟିଥିଲା ଏବଂ ଶୁକ୍ରବାର ଦିନ ଦିଲ୍ଲୀରେ ୬୨ ଟି ନୂଆ ମାମଲା ଆସିଥିଲା । ଆହୁରି ମଧ୍ୟ ସଂକ୍ରମଣ ହାର ୦.୧୨% କୁ ବୃଦ୍ଧି ପାଇଛି ।
ସୂଚନାନୁଯାୟୀ , ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସେୟାର ହୋଇଥିବା ତଥ୍ୟ ଅନୁଯାୟୀ, ଦିଲ୍ଲୀରେ କରୋନା ଜୀବାଣୁ ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୫୦୯୩ କୁ ବୃଦ୍ଧି ପାଇଛି । ଏହାପୂର୍ବରୁ,୨୨ ଅକ୍ଟୋବରରେ ଜାତୀୟ ରାଜଧାନୀରେ କୋଭିଡ -19 ରୁ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ତେବେ ଅକ୍ଟୋବରରେ ଦିଲ୍ଲୀରେ ୪ ରୋଗୀ ଏବଂ ସେପ୍ଟେମ୍ବରରେ ୫ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।