(ନୟାଗଡ) : ବାରହା ପାଇଁ ଗଲା ଜୀବନ । ଏହି ଘଟଣାରେ ବାରହା ଯୁବକଙ୍କୁ ଆକ୍ରମଣ କରିନାହିଁ । ବରଂ ବାରହା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଟାକୋରା ଜଙ୍ଗଲରେ । ମୃତ ଯୁବକ ଜଣକ ହେଲେ ନାହକପଡା ଗାଁର ଅତନୁ ବେହେରା ।
ସୂଚନା ଅନୁଯାୟୀ ଅତନୁ ଉକ୍ତ ଗାଁର ତିନିଜଣଙ୍କ ସହ ଘରୁ ବାହାରକୁ ଆସିଥିଲେ । କିନ୍ତୁ ସେ ଆଉ ଘଚୁ ଆସିନଥିଲେ । ଅତନୁଙ୍କ ବାପା ଶୁକ୍ରବାର ସକାଳେ ଅନ୍ୟ ଯୁବକମାନଙ୍କୁ ପୁଅ ସମ୍ପର୍କରେ ପଚାରିଥିଲେ ମଧ୍ୟ କୌଣସି ଉତ୍ତର ନପାଇ ଥାନାକୁ ଯାଇଥିଲେ । ବହୁ ଖୋଜାଖୋଜି ପରେ ଟାକେରା ଘାଟି ତଳେ ଅତନୁଙ୍କ ମୃତଦେହ ପଡିଥିବା ଜଣାପଡିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବିଛାଯାଇଥିବା ତାରକୁ ମଧ୍ୟ ଜବତ କରିଛି ।