ନ୍ୟାୟ ଦାବିରେ ରୁବି ଅଡି ବସିଛନ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗ୍ରସ୍ତକୁ ନେଇ ବିଜେଡିକୁ ଘେରିଛନ୍ତି ବିଜେପି ନେତା ଗୋଲକ ମାହାପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ଗୋଲକ ମହାପାତ୍ର କହିଛନ୍ତି , ”ଆସନ୍ତା କାଲି ରାଜ୍ୟର ମୁଖିଆ ବରଗଡ଼ ଯିବେ । ବିଜେପି ଆଗରୁ କହିଛି ବିଜେଡି ଶାସନରେ ମହିଳା ଅସୁରକ୍ଷିତ । ନ୍ୟାୟ ପାଇବା ପାଇଁ ନବୀନଙ୍କ ଗସ୍ତ ସ୍ଥାନରେ ଜଗି ବସିଛନ୍ତି ପୋଲିସ ମାଡ଼ରେ ମୃତ୍ୟୁ ହୋଇଥିବା ଗୋବିନ୍ଦଙ୍କ ସ୍ତ୍ରୀ ରୁବି । ମାସେ ତଳେ ତାଙ୍କ ସ୍ୱାମୀକୁ ପୋଲିସ ଏକ ସାକ୍ଷୀ ଭାବେ ଥାନାକୁ ଉଠେଇ ଆଣିଥିଲା ।

କିନ୍ତୁ ପରେ ଥାନାରେ ତାଙ୍କ ସ୍ୱାମୀଙ୍କୁ ଥାନାରେ ବାଡେଇ ବାଡେଇ ମାରିଦେଇଥିବା ଅଭିଯୋଗ କରିଛନ୍ତି ରୁବି । ଏବେ ନ୍ୟାୟ ଦାବିରେ ସେ ନବୀନଙ୍କ ଗସ୍ତ ସ୍ଥଳରେ ଅଡି ବସିଛନ୍ତି । ସ୍ୱାମୀଙ୍କୁ ଉଠାଇ ନେବା ପରେ ତାଙ୍କ ଏଫଆଇଆର ପୋଲିସ ରଖିଲା ନାହିଁ । ପରେ ଏବେ ଖୋଦ ବରଗଡ଼ ଏସପି ରୁବିଙ୍କୁ ଟଙ୍କା ଯାଚି ଚାକିରୀ କରେଇଦେବା କହି ପ୍ରଲୋଭନ ଦେଇଛନ୍ତି ଯାହାକୁ ନେଇ ସେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ମମିତା ମେହେର ଘଟଣାରେ ପୋଲିସ କିଭଳି ଭାବେ ଦୋଷୀ ଗୋବିନ୍ଦ ସାହୁକୁ ଧରି ଛଡ଼ିଦେବା ଘଟଣା ମଧ୍ୟ ପୋଲିସ ପ୍ରଶାସନ ପାଇଁ ଏକ ଲଜ୍ଜାଜନକ ଘଟଣା ବୋଲି ଦର୍ଶାଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲଖ ମହାପାତ୍ର । ଏସପିଙ୍କୁ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ବରଗଡ଼ରେ ପୁରସ୍କୃତ କରିବେ ନା ତାଙ୍କୁ ଚାକିରିରୁ ବହିସ୍କୃତ କରିବେ ତାହା ଦେଖିବାକୁ ଚାହିଁ ବସିଛି ମୃତ ଗୋବିନ୍ଦ ର ସ୍ତ୍ରୀ । ତେବେ ରୁବି ଙ୍କୁ କାଲି ମୁଖ୍ୟମନ୍ତ୍ରୀ କି ନ୍ୟାୟ ଦେବେ ତାହା ଦେଖିବାକୁ ବାକି ରହିଲା” ।