ଭଞ୍ଜନଗର: ପୁଣି ବିଦ୍ୟୁତ ତାର ଆଘାତରେ ଜଣେ ଗୁରୁତର । ଗଞ୍ଜାମ ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଛାମୁଣ୍ଡା ବିଟ ଅନ୍ତର୍ଗତ କାଦପଡା ଗ୍ରାମରେ ଘଟିଛି ଏଭଳି ଘଟଣା । ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ଜାଲରେ ଫଶି ଯାଇଛନ୍ତି ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତି ।
ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣଙ୍କ ସହ ମିଶି ଗ୍ରାମର ସୁରେନ୍ଦ୍ର ସେଠୀ ଜମିକୁ ପାଣି ମଡେଇବାକୁ ଯାଇଥିଲେ । ଏହି ସମୟରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି । ଏହାପରେ ଗୁରୁତର ସୁରେନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାପରେ ଖବର ପାଇ ବନବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।