ସୁବର୍ଣ୍ଣପୁରରେ କଂଗ୍ରେସ କର୍ମୀଙ୍କ ୬ ଘଣ୍ଟିଆ ହରତାଳ

ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର: ମମିତା ମେହେର ହତ୍ୟାକାଣ୍ଡ ପ୍ରତିବଦେରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛି କଂଗ୍ରେସ । ଓଡ଼ିଶା ବନ୍ଦ ଡ଼ାକରାର ପ୍ରଭାବ ସୁବର୍ଣ୍ଣପୁରରେ ମଧ୍ୟ ଦେଖିବାକୁ ମିଳିଛି । ମହାଲିଙ୍ଗ୍ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରି ହରତାଳ କରିଛି । ମମିତା ମେହେର ହତ୍ୟାକାଣ୍ଡରେ ନ୍ୟାୟ ଦାବୀ କରି ସୋନପୁର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଗୈ।ରିଶ୍ୱ।ମ ପଣ୍ଡା ଙ୍କ ନେତୃତ୍ବରେ ଆଜି ସହରରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିଲା ।