ଭୁଲ ରକ୍ତ ନେଲା ମହିଳାଙ୍କ ଜୀବନ

(ରାଉରକେଲା) : ଭୁଲ ରକ୍ତ ନେଲା ମହିଳାଙ୍କ ଜୀବନ । ଯେଉଁ ରକ୍ତ ରୋଗୀଙ୍କୁ ଦବା କଥା ସସେ ରକ୍ତ ନଦେଇ ଦେଲେ ଅଲଗା ଗ୍ରୁପର ବ୍ଲଡ , ଯାହା ଫଳରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ସରକାରୀ ଡାକ୍ତରଖାନାରେ । ସୂଚନାଅନୁଯାୟୀ ଗତ ରବିବାର ରାତିରେ ସୁନ୍ଦରଗଡ ବୁଡାକଟା ଗାଁର ସରୋଜିନୀ କାକ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ରକ୍ତ ଆବଶ୍ୟକ ହେଲାରୁ ରକ୍ତ ଦିଆଗଲା । ହେଲେ ରୋଗୀଙ୍କୁ ଓ-ପଜିଟିଭ ରକ୍ତ ଦିଆଯିବା ପରିବର୍ତ୍ତେ ବି-ପଜିଟିଭ୍ ରକ୍ତ ଦିଆଯାଇଥିଲା । ଫଳରେ ରୋଗୀଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବା ପରେ ରୋଗୀଙ୍କ ଭଉଣୀ ଡାକ୍ତର ଏବଂ ନର୍ସଙ୍କୁ ଜଣାଇଥିଲେ ମଧ୍ୟ କେହି ତାଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ କି ଠିକ୍ ସେ ଚିକିତ୍ସ। କରିନଥିଲେ । ଫଳରେ ମହିଳାଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ । ପରିବାର ଲୋକେ ଡାକ୍ତର, ନର୍ସଙ୍କ ସହ ରକ୍ତ ନମୁନା ପୃଥକୀ କରଣ କରୁଥିବା କର୍ମଚାରୀଙ୍କୁ ଦାୟୀ କରିଛନ୍ତି । ଅନ୍ୟପଟେ ସେହି ଡେପୁଟି ସୁପରିଟେଣ୍ଡେଣ୍ଟ କହିଛନ୍ତି ଏହାର ତଦନ୍ତ କରାଯାଇ ରିପୋର୍ଟ ଆସିବା ପରେ ଯାହାର ଭୁଲ୍ ଥିବ କାର୍ୟ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ।