(ବାରଙ୍ଗ) : ଭଡା ଘରୁ ଉଦ୍ଧାର ହୋଇଛି ଯୁବତୀଙ୍କ ଝୁଲନ୍ତା ଶବ । ତେବେ ଏହା ହତ୍ୟା ନା ଅତ୍ମ ହତ୍ୟା ତାହା ଜଣା ପଡିନଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାରୁ ପ୍ରକାଶ ଯେ ନନ୍ଦନକାନନ ଥାନା ରଘୁନାଥପୁର ଗାଁରେ ଥିବା ଏକ ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ ହେଲେ ସୁଭଦ୍ରା ଜେନା(୨୬) । ସେ ଜଣେ ନର୍ସିଂ ଛାତ୍ରୀ । ସେ ମେଡିସିନ୍ ପ୍ଲସରେ କାମ କରୁଥିଲେ । ତାଙ୍କ ଘର ବାଲେଶ୍ବର ନୀଳଗିରି ଅଞ୍ଚଳରେ ବୋଲି ଜଣାପଡିଛି । ନିଜର ଜଣେ ବାନ୍ଧବୀଙ୍କ ସହ ରଘୁନାଥପୁର ଗ୍ରାମରେ ଏକ ଘରେ ଭଡାରେ ରହୁଥିଲେ ।ଏନେଇ ଯୁବତୀଙ୍କ ଘର ଲୋକଙ୍କୁ ଖବର ଦିଆଯାଇଛି ।