ଇଣ୍ଡିଆ ବୁକ ଅଫ ରେକର୍ଡରେ ୨ ବର୍ଷର ବାଳକ

(କଟକ) : ୨ ବର୍ଷ ବାଳକର କମାଲ । ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୨ ବର୍ଷର ଶ୍ରେୟାଂଶ । ଯେଉଁ ବୟସରେ ଖେଳକୁଦ କରିବା କଥା ସେହି ବୟସରେ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।
କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତଗର୍ତ ଉତ୍ତାରଣ ଗ୍ରାମର ସୋମନାଥ ଦୀକ୍ଷିତ ଓ ସୋନାଲି ମିଶ୍ରଙ୍କ ପୁଅ ଶ୍ରେୟାଂଶ ଦୀକ୍ଷିତ । ୨୦୨୦ ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ବୟସ ବର୍ଷେ ୭ ମାସ । ଶ୍ରେୟାଂଶଙ୍କର ସଂସ୍ଥା ପକ୍ଷରୁ ବିଚକ୍ଷଣତା ପରୀକ୍ଷା କରାଯାଇଥିଲା । ଶ୍ରେୟାଂଶ ଫଟୋଚିତ୍ର ଦେଖି ସ୍ୱାଧୀନତା ସଂଗ୍ରାମୀ ଓ ବିଶିଷ୍ଟ ନେତା, ଶରୀରର ବିଭିନ୍ନ ଅଙ୍ଗ, ବିଭିନ୍ନ ରଙ୍ଗ ଆଦି ଚି଼ହ୍ନଟ କରିଥିଲେ। ଏହାପରେ ସଂସ୍ଥା ପକ୍ଷରୁ ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ମିଳିଛି।