(ବାରିପଦା) : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃସଂଶ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ବୈଦିପୁର ଗ୍ରାମରେ । ସୂଚନା ଅନୁଯାୟୀ ଆଜି ଏକ ପରିତ୍ୟକ୍ତ କୂଅରୁ ଦୁର୍ଗନ୍ଧ ବାହାରୁଥିବା ଜାନିବାକୁ ପାଇଲେ ସ୍ଥାନୀୟ ଲୋକେ । ପାଖକୁ ଯାଇ ଦେଖିଥିଲେ ଯେ ଜଣେ ମହିୁଳାଙ୍କ ଶବ ପଡିଛି । ଘଟଣା ଦେଖି ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଶବକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ମୃତ ମହିଳା ଜଣଙ୍କ ସେହି ଗ୍ରାମର ୩୫ ବର୍ଷୀୟା କର୍ମୀ ମାରାଣ୍ଡି ବୋଲି ଜଣାଯାଉଛି । ମୃତ କର୍ମୀ ମାରାଣ୍ଡି ହେଉଛନ୍ତି ମୁନସୀ ମାରାଣ୍ଡିଙ୍କ ପ୍ରଥମ ସ୍ତ୍ରୀ । ତାଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ମଧ୍ୟ ଅଛନ୍ତି । ବର୍ଷିିୟା କର୍ମି ମାରାଣ୍ଡିକୁ ତାଙ୍କ ସ୍ୱାମୀ ମୁନସୀ ମାରାଣ୍ଡି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । କାରଣ କିଛିଦିନ ହେବ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ନେଇ ଏ ହତ୍ୟା କାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ସ୍ବାମୀ ମୁନସୀ ମାରାଣ୍ଡିଙ୍କୁ ଗିରଫ କରିଛି ପୁଲିସ । ଏବଂ ଅଧୀକ ତଦନ୍ତ ଚଲାଇଛି ପୁଲିସ ।