ସୁବର୍ଣ୍ଣପୁରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଠାରେ ଜ଼ିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଗବେଷଣା କେନ୍ଦ୍ର କ୍ୟାମ୍ପସ ଠାରେ ଏହି ବୃକ୍ଷ ରୋପଣ ମେଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଜ଼ିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ହରିଚରଣ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଜନସାଧାରଣ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ କୁ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର – ମନମୁଣ୍ଡା ର ସଭାପତି ଲଷ୍ମୀ ନାରାୟଣ ମେହେର ଓ ଶ୍ରୀ ଅରବିନ୍ଦ ଶିକ୍ଷାନୁଷ୍ଠାନ ର ବରିଷ୍ଠ ସଦସ୍ୟ ମଦନ ମୋହନ ଦାନୀ ଉଦଘାଟନ କରି ଗଛ ବଞ୍ଚିଲେ ପୃଥିବୀ ବଂଚିବ ବୋଲି ମତ ରଖିଥିଲେ ।  ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ସଂଗଠନ କର୍ମକର୍ତ୍ତା, ସ୍ୱଳ୍ପ ସଂଚୟ ବିଭାଗ ,ଓ ଶ୍ରୀ ଅରବିନ୍ଦ ଗବେଷଣା କେନ୍ଦ୍ର ର ସମସ୍ତ କର୍ମଚାରୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ସାମିଲ ଥିଲେ ।  କାର୍ଯ୍ୟକ୍ରମ ର ଉଦଯାପନୀ ବେଳେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ବନ ବିଭାଗ ର ଏ ସି ଏଫ ଶ୍ରୀ ସୁଶୀଳ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସଦର ରେଞ୍ଜର ମନୋରଞ୍ଜନ ବାଘ ଯୋଗ ଦେଇ ବୃକ୍ଷ ରୋପଣ କରି ଉତ୍ସାହିତ କରିଥିଲେ ।  ସ୍ୱଳ୍ପ ସଂଚୟ ଅଧିକାରୀ ହରିଚରଣ ମିଶ୍ର ଓ ଶ୍ରୀ ଅରବିନ୍ଦ ଶିକ୍ଷାନୁଷ୍ଟାନ ର ଅଧ୍ୟକ୍ଷ ଲକ୍ଷ୍ମଣ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱଳ୍ପ ସଂଚୟ ବିଭାଗ କର୍ମଚାରୀ ଦୁଃଖିଶ୍ୟାମ ସେଠି, ସଂଜୟ ବାରିକ, ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ ।  ସ୍ୱଳ୍ପ ସଂଚୟ ବିଭାଗ ର ସମସ୍ତ ପୋଷ୍ଟାଲ ଏଜେଣ୍ଟ ଙ୍କ ସମେତ ସ୍ୱଚ୍ଛ ଭାରତ ବରିଷ୍ଟ କର୍ମକର୍ତା ଶ୍ରୀବତ୍ସ ମଲ୍ଲିକ, ସୟଦ ଅଳିମୁଲ ଇସଲାମ, ଗରିବ ଲୋଇ, ମହିଳା ସଦସ୍ୟା ପଦ୍ମାବତୀ ମେହେର, ଇନ୍ଦୁମତୀ ପୁରୋହିତ, ଶାନ୍ତି ମେହେର, ଚେର ବୂଈ.. ଶ୍ରୀ ଅରବିନ୍ଦ ଗବେଷଣା କେନ୍ଦ୍ର ବରିଷ୍ଟ ସଦସ୍ୟ ଲଷ୍ମୀ ମହାନ୍ତି, ରାଜ୍ୟ ରକ୍ତ ଦାତା ସଂଘ ର ସଦସ୍ୟ ମନୋଜ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ୟ୍ୟକ୍ରମ କୁ ସଫଳ କରିଥିଲେ।  ଶେଷରେ ଶ୍ରୀ ଅରବିନ୍ଦ ଗବେଷଣା କେନ୍ଦ୍ର ର ସମ୍ପାଦକ ହରିନାରାୟଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।  ସ୍ୱଳ୍ପ ସଂଚୟ ପକ୍ଷ ପାଳନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଲୋକ ସଚେତନ ପାଇଁ ଏଠାରେ ବିଭାଗ ପକ୍ଷରୁ ଲିଫ୍ଲେଟ ବଣ୍ଟନ କରାଯାଇଥିଲା ।  ସେହିପରି ପ୍ରତାପପୂର ସରକାରୀ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ଠାରେ ମଧ୍ୟ ସମୟରେ ସ୍ଵଳ୍ପ ସଂଚୟ ଅଧିକାରୀ ଶ୍ରୀଯୁକ୍ତ ମିଶ୍ରଙ୍କ ଉଦ୍ୟମରେ ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା  ।  ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଏହି ସ୍ଵଳ୍ପ ସଞ୍ଚୟ ସଚେତନତା ତଥା ବୃକ୍ଷରୋପଣ କାର୍ୟ୍ୟକ୍ରମରେ ଉତ୍ସାହର ସହିତ ଅଂଶ ଗ୍ରହଣ କରିଥିଲେକ୍ଷ ସ୍ୱଳ୍ପ ସଂଚୟ ବିଭାଗ ର ଏ ଭଲ କାମ ଓ ଅଭିନବ ପ୍ରୟାସ କୁ ଜ଼ିଲ୍ଲା ର ବୁଦ୍ଧିଜୀବୀ ପ୍ରଂଶଂସା କରିଛନ୍ତି ।