ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ରେ ଥିବା ୟୁପି ସ୍କୁଲ ପରିସରରେ ସମଗ୍ର ଶିକ୍ଷା ସୁବର୍ଣ୍ଣପୁର ପକ୍ଷରୁ ମେଡିକାଲ ନିଦ୍ଧାରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିସାନ ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ ମେହେର, ବଟକୃଷ୍ଣ ପାଢୀ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ୟ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ୪୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଭୁବନେଶ୍ବର କୃତ୍ରିମ ଅଙ୍ଗ ପ୍ରସ୍ତୁତ ସଂସ୍ଥାର ଡାକ୍ତର ଦିବ୍ୟାଙ୍ଗକୁ କେଉଁ ପ୍ରକାର ସହାୟକ ଉପକରଣ ଦରକାର ତାହା ନିର୍ଦ୍ଧାରଣ କରିଥିଲେ । ପରେ ସହାୟକ ଉପକରଣ ପ୍ରଦାନ କରାଯିବ ବୋଲି ବିଆରଟି ମନୋଜ ସାହୁ ପ୍ରକାଶ କରିଛନ୍ତି । ହିମାଂଶୁ ସାହୁ, ଲୋଚନ ସାହୁ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସୀତାରମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।