(ଭୁବନେଶ୍ୱର) : ମତେ ଯଦି ଭଲ ନ ପାଇବୁ , ତତେ ମୁ ଜୀବନରୁ ମାରିଦେବି । ରାସ୍ତା ଉପରେ ଏମିତି କିଛି କହି ଡ୍ରାମା କରୁଥିଲା ରୋଡ ରୋମିଅ । ଘଟଣାଟି ଘଟିଛି ରାଜଧାନୀ ଲକ୍ଷ୍ମୀସାଗର ଅଞ୍ଚଳରେ । ରାସ୍ତା ଉପରେ ଯୁବତୀକୁ ଅଟକାଇ କରୁଥିଲେ ପ୍ରେମ ନିବେଦନ ଆଉ ନ ବଲପାଇଲେ ଜୀବନରୁ ମାରିଦେବାକୁି ଦେଉଥିଲା ଧମକ ।
ରାଜଧାନୀରେ ରୋଡ ରୋମିଅଙ୍କ ସଂଖ୍ୟା କିଛି କମ ନୁହେଁ । ସବୁଦିନ କେହି ନା କେହି ଯୁବତୀ ଏହି ରୋଡ ରୋମିଅଙ୍କ ଶୀକାର ହୋଇଥାନ୍ତି । କିନ୍ତୁ ଦଢୁର୍ଭାଗ୍ୟର ବିଷୟ କେଉଁଠି ଲୋକ ଲୋଚନକୁ ଆସେ ତ ଆଉଁ କେଉଁଠି ଭୟରେ ଚୁପ ରୁହନ୍ତି ।
ସୂଚନା ଅନୁଯାୟୀ, ରୋମିଅ ଜଣକ ହେଲେ ଶିଶୁପାଳଗଡ଼ ଅଞ୍ଚଳର । ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ ରୋମିଅ । ଯୁବତୀ ଜଣଙ୍କ କଲେଜ ଯିବା ଠାରୁ ଘରକୁ ଆସିବା ପର୍ୟ୍ୟନ୍ତ ପିଛା କରୁଥିଲା ଏବଂ ଅନେକ ସମୟରେ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିଥାନ୍ତି । କିନ୍ତୁ ଯୁବତୀ ଜଣଙ୍କ ତାର ପ୍ରେମ ନିବେଦନକୁ ଖାରଜ କରିଦେଇଥିଲେ । ଏହାପରେ ବି ଯୁବକଙ୍କ ପ୍ରେମ ନିଶା ଉତୁରି ନଥିଲା ।ପୂର୍ବପରି ପିଛା କରିଚାଲିଥିଲା କଳେ ବଳେ କୌଶଳେ ଯୁବତୀଙ୍କୁ ମନାଇବ । ଆଉ ଏହି ଆଶା ରେଖି ସୋମବାର ଦିନ ସବୁ ସୀମା ପାର୍ କରିଦେଇଥିଲା ରୋଡ ରୋମିଅ ପ୍ରେମିକ ।
ଯୁବତୀ ଘରକୁ ଫେରୁଥିବା ବେଳେ ବିଚ୍ ରାସ୍ତାରେ ପୁଣି ଥରେ ଅଟକାଇ ପ୍ରେମ ନିବେଦନ କରିଥିଲା । କିନ୍ତୁ ଏଥର ବି ଯୁବତୀ ଜଣଙ୍କ ମନା କରିଦେଇଥିଲେ । ଏଥିର ରାଗି ଯାଇ ଯୁବକ ଜଣଙ୍କ ଯୁବତୀଙ୍କ ଭିଡାଓଟରା କରିଥିଲେ । ଏହାସହିତ ଯୁବତୀଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଯଦି ତୁ ମୋତେ ଭଲ ନପାଇବୁ, ତେବେ ତତେ ମୁଁ ଜୀବନରୁ ମାରିଦେବି ବୋଲି ମଧ୍ୟ କହି ଧମକାଇଥିଲ । । ଯୁବତୀ ଜଣଙ୍କ ଏ ସଂପର୍କରେ ଘରଲୋକଙ୍କୁ ଜଣାଇବା ସହ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ରସିକିଆ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।