୩ ଦିନ ହେବ ନିଖୋଜ ଥିଲା । ଆଜି କେନାଲାରୁ ମିଳିଲା ମୃତଦେହ

(ଜଗତସିଂହପୁର) : ତିନି ଦିନ ହେବ ନିଖୋଜ ଥିଲା ୨ ବର୍ଷର ଶିଶୁ । ଆଜି କେନାଲରୁ ମିଳିଲା ମୃତଦେହ । ଏ ଘଟଣା ଘଟିଛି ଜଗତସିଂହପୁର ଶଙ୍କରପୁର ଗାଁରେ । ସୂଚନା ଅନୁଯାୟୀ ୩ ଦିନ ପୂର୍ବରୁ ସ୍ଥାନୀୟ ମଙ୍ଗଳପୁର ଗାଁର କଘ୍ଲେଇଲାଲ ଭୋଇଙ୍କ ୨ ବର୍ଷର ପୁଅ ସୌମ୍ୟରଞ୍ଜନ ମା ଶୁନୁଲତାଙ୍କ ସହ ମାମୁଁ ଘରକୁ କିଛିଦିନ ପାଇଁ ଯାଇଥିଲେ । କିନ୍ତୁ ସୋମବାର ଦିନ ସୌମ୍ୟ ଖେଳୁଥିବା ସମୟରେ ପାଇନଥିଲେ । ତା ପରେ ଆରମ୍ଭ ହୋଇତିଲା ଖୋଜାଖୋଜି । କିନ୍ତୁ କେଉଁଆଡେ ପୁଅକୁ ପାଇନଥିଲେ । ପଚରା ଉଚରା ସମୟରେ ଜଣେ ଅଜଣା ଫେରିବାଲା ଶିଶୁଟିକୁ ଏକ ଲୁନାରେ ବସାଇ ନେଇ ଯାଇଥିବାର ସ୍ଥାନୀୟ କିଛି ଲୋକ କହିଥିଲେ । ଯାହାକୁ ନେଇ ବିରିଡି ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ବିରିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଖୋଜା ଖୋଜି ଜାରି ରଖିଥିଲା । ଏହାସହ ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଥିଲା । ତେବେ ଅପହରଣ ଘଟଣାକୁ ନେଇ ଅନ୍ୟ କିଛି ରହସ୍ୟ ରହିଥିବାର ପୋଲିସ ପକ୍ଷରୁ ସନ୍ଦେହ କରାଯାଉଥିଲା । କିନ୍ତୁ ଆଜି ନିକଟସ୍ଥ କେନାଲରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି ।