(ଭୋପାଲ) : ରାଜନେତା ପୁଣି ସମାଜସେବି କିନ୍ତୁ ଘରେ ଚଲାଉଥିଲେ ସେକ୍ସ ରାକେଟ । ଆଜ୍ଞା କଥାଟି ବିଲକୁଲ ସତ …. । ଶିବସେନା ନେତାଙ୍କ ଘରୁ ସେକ୍ସ ରାକେଟର ପର୍ଦାଫାଶ କରିଛି ପୁଲିସ । ଏ ଘଟଣା ଆସିଛି ମଧ୍ୟ ପ୍ରଦେଶ ସିହୋରରୁ ।
ସୂଚନା ଅନୁଯାୟୀ, ସୂଚନା ପାଇ ପୋଲିସ ସିହୋର ବସ ଷ୍ଟାଣ୍ଡ ନିକଟରେ ଥିବା ଅନୁପମା ତିୱାରୀଙ୍କ ଘରେ ଚଢ଼ଉ କରିଥିଲା। ଅନୁପମା ତିୱାରୀ ୨୦୧୫ ରେ ଶିବସେନା ଟିକେଟରେ ନଗର ପାଳିକା ଅଧ୍ୟକ୍ଷ ନିର୍ବାଚନ ଲଢ଼ିଥିଲେ। ସେ ନିଜକୁ ସମାଜସେବୀ ବୋଲି କୁହନ୍ତି। କିନ୍ତୁ ଘରେ ଚଲାଇଥିଲେ ସେକ୍ସ ରାକେଟ । ଆଉ ଅଚାନକ ଚଢାଉ କରିଥିଲା ପୁଲିସ । ପୁଲିସ ୪ ଯୁବତୀ ଓ ୩ ଗ୍ରାହକଙ୍କୁ ଧରିଛି। ଘଟଣାସ୍ଥଳରୁ ନିଶା ଦ୍ରବ୍ୟ ମଧ୍ୟ ଜବତ ହୋଇଛି। ସମସ୍ତ ଯୁବତୀ ଭୋପାଲ ପାଖାପାଖି ଅଞ୍ଚଳର ବୋଲି କୁହାଯାଉଛି। ଇନ୍ଦୁଲତା ନାମକ ମହିଳା ମ୍ୟାନେଜର ଯୁବତୀମାନଙ୍କୁ ଘରକୁ ଆଣୁଥିଲେ।ତେବେ ପୋଲିସ ସମସ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ଘରୁ ପ୍ରାୟ ୨୮ ହଜାର ଟଙ୍କା ନଗଦ ଓ ଓ ଦୁଇଟି କାର ଜବତ ହୋଇଛି।